ରାତିକ ଭିତରେ ପ୍ରବଳ ବର୍ଷା | News Room Odisha

ରାତିକ ଭିତରେ ପ୍ରବଳ ବର୍ଷା

ବ୍ରହ୍ମପୁର: ସୋମବାର ରାତିରେ ବ୍ରହ୍ମପୁର ମହାନଗର ସମେତ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ରାଜ୍ୟରୁ ମୌସୁମୀ ପ୍ରବାହ ପ୍ରାୟ ବିଦାୟ ନେଇ ସାରିଥିବା ବେଳେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ତଥା ଘୁର୍ଣ୍ଣିବଳୟ ପ୍ରଭାବରେ ଗତ ୨/୩ ଦିନ ହେବ ପାଣିପାଗ ମେଘୁଆ ରହୁଛି। ତେବେ ସୋମବାର ରାତିତମାମ ପ୍ରବଳ ବର୍ଷା ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ ଗଜପତି ନଗର, ଅଯୋଧ୍ୟା ନଗର, ନିଗମ ନଗର, ଗାନ୍ଧିନଗର ଆଦି ଅଞ୍ଚଳରେ ପାଣି ଜମି ରହିଥିଲା। ଗୋସାଇଁ ନୂଆଗାଁ ଅଞ୍ଚଳରେ ମୁଖ୍ୟ ରାସ୍ତାରେ ଗଛ ଭାଙ୍ଗି ପଡ଼ି ଥିଲା। ଅଗ୍ନିଶମ ବାହିନୀ ଗଛ କାଟି ଯାତାୟାତ ସ୍ବାଭାବିକ କରିଥିଲେ। ବିଦ୍ୟୁତ ସଂଯୋଗ ଅନେକ ସମୟ ବିଛ୍ଛିନ୍ନ ରହିଥିଲା। ମଙ୍ଗଳବାର ମଧ୍ୟ ପାଗ ମେଘୁଆ ରହିଛି।

GandhiNagar
BerhampurHeavy Rainfall