ଭିଜିଲାନ୍ସ ରେଡ୍ ବେଳେ ନିମାପଡା ତହସିଲଦାରଙ୍କ ଘରୁ ମିଳିଲା ୫ଟି ପ୍ୟାନ୍ କାର୍ଡ, ଜନ୍ମ ତାରିଖ ଓ ବାପାଙ୍କ ନାଁ ଭିନ୍ନ ଭିନ୍ନ | News Room Odisha

ଭିଜିଲାନ୍ସ ରେଡ୍ ବେଳେ ନିମାପଡା ତହସିଲଦାରଙ୍କ ଘରୁ ମିଳିଲା ୫ଟି ପ୍ୟାନ୍ କାର୍ଡ, ଜନ୍ମ ତାରିଖ ଓ ବାପାଙ୍କ ନାଁ ଭିନ୍ନ ଭିନ୍ନ

ଭୁବନେଶ୍ୱର- ପୁରୀ ଜିଲ୍ଲା ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘରେ ଆଜି ସକାଳେ ଭିଜିଲାନସ ଚଢାଉ ବେଳେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଚଢାଉ ବେଳେ ରାମଚନ୍ଦ୍ରଙ୍କ ୫ଟି ପ୍ୟାନକାର୍ଡ ପାଇଥିଲେ ଭିଜିଲାନଓ ଅଧିକାରୀ । ୫ଟି ପ୍ୟାନ କାର୍ଡରେ ରାମଚନ୍ଦ୍ରଙ୍କ ଭିନ୍ନ ଭିନ୍ନ ନମ୍ବର ସହ ବାପାଙ୍କ ନାଁ ମଧ୍ୟ ଭିନ୍ନ ଭିନ୍ନ ରହିଛି । ୫ଟି ପ୍ୟାନ କାର୍ଡରେ ଜନ୍ମ ତାରିଖ ବି ଅଲଗା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ନିମାପଡା ତହସିଲଦାରଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଥିଲା । ତାଙ୍କଠାରୁ ପ୍ରଥମେ ୪ ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଥିଲା । ଏହାପରେ ସରକାର ବାସଭବନରୁ ମିଳିଥିଲା ୫୦ ହଜାର ଟଙ୍କା । ୫ଟି ପ୍ୟାନ କାର୍ଡ ମିଳିବା ଘଟଣାର ତଦନ୍ତ ଆୟକର ବିଭାଗ କରିବ । ତହସିଲଦାରଙ୍କ ଭାଇ ମିଡିଲ ମ୍ୟାନ୍ ସାଜିଥିଲେ । ଭାଇଙ୍କ ଜରିଆରେ ତହସିଲଦାର ଅର୍ଥ କାରବାର ଚଳାଇଥିଲେ ବୋଲି ଜଣାପଡିଛି ।