ଧନତେରସରେ କରନ୍ତୁ ଏହିସବୁ ଉପାୟ, ଘରକୁ ହେବ ଧନର ଆଗମନ  | News Room Odisha

ଧନତେରସରେ କରନ୍ତୁ ଏହିସବୁ ଉପାୟ, ଘରକୁ ହେବ ଧନର ଆଗମନ 

କାର୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନ ପାଳିତ ହୋଇଥାଏ ଧନତେରସ । ଏହିଦିନ ଭଗବାନ ଧନ୍ଵନ୍ତରୀ ଜନ୍ମ ହୋଇଥିଲେ। ଏହି କାରଣରୁ ଏହିଦିନ ଧନତେରସ ଉତ୍ସବ ପାଳନ ହୋଇଥାଏ । ଧନତେରସ ରୁ ହିଁ ଆରମ୍ଭ ହୋଇଥାଏ ଦୀପାବଳୀ ର ପର୍ବ ।

ଧନତେରସ ଦିନ ଏହି ପାଞ୍ଚୋଟି କାର୍ଯ୍ୟ କରିବା ନିହାତି ଆବଶ୍ୟକ –

୧) ଧନତେରସ ଦିନ ଧନ୍ଵନ୍ତରୀଙ୍କ ସହିତ ଦେବୀ ଲକ୍ଷ୍ମୀ , କୁବେର , ଯମ ଓ ଭଗବାନ ଗଣେଶଙ୍କୁ ପୂଜା କରାଯିବା ଉଚିତ । କାରଣ ଏମାନଙ୍କୁ ପୂଜା କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାନ୍ତି ଓ ନିଜ ଭକ୍ତମାନଙ୍କ ଉପରେ ଆଶୀର୍ବାଦ କରିଥାନ୍ତି ।

୨) ମାନ୍ୟତା ରହିଛି ଯେ ଧନତେରସ ଦିନ ଯମରାଜଙ୍କୁ ଦ୍ବିପଦାନ କରାଯାଏ । ଯାହାଦ୍ୱାରା ପରିବାରରେ ଅକାଳ ମୃତ୍ୟୁ ହୋଇନଥାଏ ।

୩) ଏମିତିରେ ତ ଧନତେରସ ଦିନ କୌଣସି ଅଳଙ୍କାର କିଣିବା ଭଲ। କିନ୍ତୁ ବିଶେଷ ଭାବରେ ପିତଳ ବାସନ , ହଳଦିଆ କଉଡ଼ି ଓ ଧଣିଆ କିଣି ପାରିବେ । ମାନ୍ୟତା ରହିଛି ଯେ ଏହିଦିନ ଏହିସବୁ ଜିନିଷ କିଣିବା ଦ୍ୱାରା ବହୁତ ଶୁଭ ହୋଇଥାଏ । ଧନତେରସ ଦିନ ଝାଡୁ କିଣି ଘରକୁ ଆଣିବା ଦ୍ୱାରା ମଧ୍ୟ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଏ। ଏହି ଦିନ ଘରକୁ ଝାଡୁ ଆଣିବା ମା’ ଲକ୍ଷ୍ମୀଙ୍କୁ ଘରକୁ ଆଣିବା ସହ ସମାନ ବୋଲି ମାନ୍ୟତା ରହିଛି ।

୪) ଧନତେରସ ଦିନ ଚିନି ,ଦୁଗ୍ଧ ,ଚାଉଳ ,ଧଳା ଲୁଗା ଇତ୍ୟାଦି ଦାନ କରିବା ଆବଶ୍ୟକ । ଉକ୍ତଦିନ ଏହିସବୁ ଜିନିଷ ଦାନ କରିବା ଦ୍ୱାରା ଘରେ ଧନର ଅଭାବ ରୁହେ ନାହିଁ ଓ ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ ।

୫) ଧନତେରସ ଦିନ ପାଠ୍ୟ ପୁସ୍ତକ ପୂଜା କରିବା ଉଚିତ। ଧନତେରସ ଦିନ ଯଦି କିଣି ପାରୁନାହାନ୍ତି ସୁନା ରୁପା ତା’ହେଲେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ନିଶ୍ଚିତ ପ୍ରାପ୍ତ କରିବେ ମା’ ଲକ୍ଷ୍ମୀଙ୍କ କୃପା।