ଓଡିଶାରେ ହେବ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ, ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ | News Room Odisha

ଓଡିଶାରେ ହେବ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ, ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଓଡିଶାରେ ଆୟୋଜିତ ହେବ ଚତୁର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ । ଭୁବନେଶ୍ୱରେ ଏହି ଚାମ୍ପିଅନସିପ୍ ଆସନ୍ତାମାସ ୨୪ରୁ ୨୬ ତାରିଖ ଯାଏଁ ହେବ । ଏହି ପ୍ରତିଯୋଗିତା ଓଡିଶାରେ ଆୟୋଜନ ହେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି । ଏହି ପ୍ରତିଯୋଗିତା ଆୟୋଜନ ଦ୍ୱାରା ଦେଶର କ୍ରୀଡା ରାଜଧାନୀ ଭାବେ ଓଡିଶାର ସ୍ଥାନ ଆହୁରି ସୁଦୃଢ ହେବା ସହ ପାରା ଆଥଲେଟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।