ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିପାରେ | News Room Odisha

ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିପାରେ

ଭୁବନେଶ୍ୱର- ରାଜ୍ୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ ଖୋଲିବା ସଂପର୍କରେ ସ୍କୁୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ପର୍ଯ୍ୟାୟ କ୍ରମେ ସ୍କୁଲ୍ ଖୋଲିବ । ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲାଯିବା ନେଇ ବିଚାର ଚାଲିଛି । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମରୁ ପଂଚମ ଶ୍ରେଣୀ ଖୋଲିବା ନେଇ ବିଚାର କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ନୂଆବର୍ଷ ବେଳକୁ ସବୁ କ୍ଲାସ ଖୋଲିସାରିଥିବା ନେଇ ସେ ଆଶା କରନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଦୀପାବଳୀ ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ ଖୋଲିପାରେ ବୋଲି ମନ୍ତ୍ରୀ ପୂର୍ବରୁ କହିଥିଲେ । କୋରୋନା ପ୍ରକୋପ କମିଥିବାରୁ ସ୍କୁଲ ଖୋଲିପାରେ ବୋଲି ସେ କହିଥିଲେ । ତେବେ, ଶିକ୍ଷା ସହ ପିଲାଙ୍କ ସ୍ୱାସ୍ଥ୍ୟ ମଧ୍ୟ ସର୍ବୋଚ୍ଚ ପ୍ରାଥମିକତା ହେବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ଚାହାନ୍ତି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଥିଲେ ।