କାଲି ଭୁବନେଶ୍ୱରରେ ନବୀନ-ଜଗନ ସାକ୍ଷାତ | News Room Odisha

କାଲି ଭୁବନେଶ୍ୱରରେ ନବୀନ-ଜଗନ ସାକ୍ଷାତ

ଭୁବନେଶ୍ୱର- ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଆସନ୍ତାକାଲି ଓଡିଶା ଆସିବେ । କାଲି ଅପରାହ୍ନ ସାଢେ ଚାରିଟା ବେଳେ ଜଗନ ଭୁବନେଶ୍ୱରରେ ପହଂଚିବେ । ସଂଧ୍ୟା ୫ଟାରୁ ୭ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ ଜଗନ । ସାକ୍ଷାତ ପରେ କାଲି ହିଁ ଅମରାବତୀ ଫେରିଯିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ।