ଭିଜିଲାନ୍ସ ଜାଲରେ ପୋଲିସ ଗୃହନିର୍ମାଣ ନିଗମର ଡେପୁଟି ମ୍ୟାନେଜର, ୧୦ଟି ସ୍ଥାନରେ ଏକକାଳୀନ ଚଢାଉ | News Room Odisha

ଭିଜିଲାନ୍ସ ଜାଲରେ ପୋଲିସ ଗୃହନିର୍ମାଣ ନିଗମର ଡେପୁଟି ମ୍ୟାନେଜର, ୧୦ଟି ସ୍ଥାନରେ ଏକକାଳୀନ ଚଢାଉ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ଆଉ ଜଣେ ପଦସ୍ଥ ସରକାରୀ ଅଧିକାରୀ । ପୋଲିସ ଗୃହନିର୍ମାଣ ନିଗମର ଡେପୁଟି ମ୍ୟାନେର ଘରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଏକକାଳୀନ ୧୦ଟି ଜାଗାରେ ଚଢାଉ ହୋଇଛି । ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକ ଆଜି ସ୍ଥାନରେ ଚଢାଉ ଜାରି ରହିଛି । ଭୁବନେଶ୍ୱରରେ ୪ଟି କୋଠା, ଭଦ୍ରକ ଜିଲ୍ଲା ବାସୁଦେବପୁର ଘର ଓ ବାଲେଶ୍ୱରର ସିମୁଳିଆର ୨ଟି ସ୍ଥାନରେ ଚଢାଉ ହୋଇଛି । ଜଣେ ଏଏସପି, ୫ ଡିଏସପି ଓ ୭ ଇନସପେକ୍ଟର ଚଢାଉରେ ସାମିଲ ହୋଇଛନ୍ତି ।