ଜାତୀୟ ଆଇନ ସେବା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା | News Room Odisha

ଜାତୀୟ ଆଇନ ସେବା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର – ଆଜି ହେଉଛି ଜାତୀୟ ଆଇନ ସେବା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିରପେକ୍ଷ ଓ ତର୍କସଂଗତ ନ୍ୟାୟିକ ପ୍ରକ୍ରିୟା ପାଇଁ ଆଇନଗତ ଅଧିକାର ସଂପର୍କରେ ସଚେତନତା ପ୍ରଚାର କରିବା ଆମ ବିଚାର ବ୍ୟବସ୍ଥା ପାଇଁ ଗୁରୁତ୍ୱପୂର୍ଣ୍ଣ । ଜାତୀୟ ଆଇନ ସେବା ଦିବସରେ ସମାଜର ସବୁ ବର୍ଗଙ୍କୁ ସୁଲଭ ଆଇନ୍ ସେବା ଯୋଗାଇ ଦେବା ପାଇଁ ଆମେ ସମସ୍ତଙ୍କର ପ୍ରତିଶ୍ରୁତିବଦ୍ଧତା ରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଶେଷ କରି ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସୁଲଭ ଆଇନ ସେବା ଦେବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।