ବର୍ତ୍ତମାନର କୋଭିଡ ସ୍ଥିତି ଦୃଷ୍ଟିରୁ ସ୍ୱାସ୍ଥ୍ୟ ବିଭାଗର ନୂଆ ନିର୍ଦ୍ଦେଶନାମା | News Room Odisha

ବର୍ତ୍ତମାନର କୋଭିଡ ସ୍ଥିତି ଦୃଷ୍ଟିରୁ ସ୍ୱାସ୍ଥ୍ୟ ବିଭାଗର ନୂଆ ନିର୍ଦ୍ଦେଶନାମା

ଭୁବନେଶ୍ୱର- ରାଜ୍ୟରେ ବର୍ତ୍ତମାନର କୋଭିଡ ସ୍ଥିତି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ନିର୍ଦ୍ଦେଶନାମା । ସବୁ ଜିଲ୍ଲାପାଳ, କମିଶନର ଓ ସରକାରୀ ହସପିଟାଲକୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଚଳିତ ମାସ ୩୦ ତାରିଖ ଯାଏଁ ପ୍ରସ୍ତୁତ ରହିବେ କୋଭିଡ କର୍ମଚାରୀ । ସରକାରୀ କୋଭିଡ ହସପିଟାଲରେ ଥିବା ଭିତ୍ତିଭୂମି ଆବଶ୍ୟକ ସ୍ଥଳେ ଅନ୍ୟ ହସପିଟାଲକୁ ସ୍ଥାନାନ୍ତର ହେବ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଦରମା ଏଚଏସଏସ-ଏନଏଚଏମ ପାଣ୍ଠିରୁ ପୈଠ କରାଯିବ । ଆଉଟସୋର୍ସ କର୍ମଚାରୀ ନିର୍ମଳ ଯୋଜନା ଅର୍ଥରୁ ପାରିଶ୍ରମିକ ପାଇବେ । ହାଇକୋର୍ଟଙ୍କ ନିର୍ଦ୍ଦେଶ କିମ୍ବା ସ୍ଥିତି ଦେଖି କାର୍ଯ୍ୟ ନିବୃତ୍ତି କରାଯିବ ।