ଅରିଲୋରେ ରାଜ୍ୟର ସର୍ବବୃହତ ଓମଫେଡ୍ ଡେଇରୀ ପ୍ଲାଣ୍ଟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୬ ଲକ୍ଷ ଦୁଗ୍ଧ ଚାଷୀ ହେବେ ଉପକୃତ | News Room Odisha

ଅରିଲୋରେ ରାଜ୍ୟର ସର୍ବବୃହତ ଓମଫେଡ୍ ଡେଇରୀ ପ୍ଲାଣ୍ଟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୬ ଲକ୍ଷ ଦୁଗ୍ଧ ଚାଷୀ ହେବେ ଉପକୃତ

କଟକ – ରାଜ୍ୟର ସର୍ବବୃହତ ଓମଫେଡ୍ ଡେଇରୀ ପ୍ଲାଂଟ ଉଦଘାଟିତ ହୋଇଛି । କଟକ ଜିଲ୍ଲା ବାରଙ୍ଗ ବ୍ଲକ୍ ଅରିଲୋଠାରେ ୨୬୩ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ସଂପୂର୍ଣ୍ଣ ସ୍ୱଂୟଚାଳିତ ଡେଇରୀ ପ୍ଲାଂଟର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପଣ ଉତ୍ସବରେ କୃଷି ମନ୍ତ୍ରୀ ଅରୁଣ ସାହୁ ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଏହି ଅତ୍ୟାଧୁନିକ ପ୍ଲାଂଟ୍ ମାଧ୍ୟମରେ ଓମଫେଡ୍ ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରିପାରିବ । ଦିନକୁ ୨ ଲକ୍ଷ ଲିଟର କ୍ଷୀରରୁ ଦୁଗ୍ଧ ପାଉଡର ପ୍ରସ୍ତୁତ କରାଯାଇପାରିବ । ଏହାଛଡା ବିଭିନ୍ନ ପ୍ରକାର ଦୁଗ୍ଧଜାତ ସାମଗ୍ରୀ ବି ଏହି ପ୍ଲାଂଟରେ ପ୍ରସ୍ତୁତ କରାଯାଇପାରିବ । ଏହି ପ୍ଲାଂଟ ଦ୍ୱାରା ୬ ଲକ୍ଷ ଦୁଗ୍ଧ ଚାଷୀ ଉପକୃତ ହେବେ ।

ଓମଫେଡ୍ ପ୍ଲାଂଟକୁ ଲୋକାର୍ପମ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଓମଫେଡ ଆମ ଚାଷୀଭାଇଙ୍କ ନିଜ ଅନୁଷ୍ଠାନ । ଏହା ୩ ଲକ୍ଷ ଚାଷୀ ଭାଇ ଭଉଣୀଙ୍କ ଅବଦାନ । ଏହା ଚାଷୀଙ୍କ ସ୍ୱାର୍ଥ ପାଇଁ ଓମଫେଡ୍ ରହିଛି । ରାଜ୍ୟ ସରକାର ସର୍ବଦା ଚାଷୀଭାଇଙ୍କ ସହ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Chief Minister Naveen PatnaikUltra Modern Mega Omfed Diary Plant