ଅବପାତ ପ୍ରଭାବରେ ଦକ୍ଷିଣ ଓଡିଶାରେ ଅନେକ ସ୍ଥାନରେ ବର୍ଷା, ଛତ୍ରପୁରରେ ସର୍ବାଧିକ ୭୮.୬ ମିଲିମିଟର ବର୍ଷା | News Room Odisha

ଅବପାତ ପ୍ରଭାବରେ ଦକ୍ଷିଣ ଓଡିଶାରେ ଅନେକ ସ୍ଥାନରେ ବର୍ଷା, ଛତ୍ରପୁରରେ ସର୍ବାଧିକ ୭୮.୬ ମିଲିମିଟର ବର୍ଷା

ଭୁବନେଶ୍ୱର- ତାମିଲନାଡୁ ଉପକୂଳ ଅତିକ୍ରମ କରିଥିବା ଅବପାତ ପ୍ରଭାବରେ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ସର୍ବାଧିକ ୭୮ ଦଶମିକ ୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏଣେ ଥାଇଲାଣ୍ଡ ଉପକୂଳରେ ଆଜି ଆଉ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା କ୍ରମଶଃ ଦକ୍ଷିଣ ଆଣ୍ଡାମାନ ସାଗର ଆଡକୁ ଗତି କରିବ । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୫ତାରିଖ ବେଳକୁ ଘନୀଭୂତ ହେବ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଂଚଳରେ ସକ୍ରିୟ ହୋଇ ଗଭୀର ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଆସନ୍ତା ୧୬ ଓ ୧୭ ତାରିଖରେ ଓଡିଶାର କିଛି ଅଂଚଳରେ ବର୍ଷା ହେବା ସମ୍ଭାବନା ରହିଛି ।