ସହରାଂଚଳ ରୋଜଗାର ପଦକ୍ଷେପ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପଂଚମ ଗୁଆଙ୍ଗଝୁ ପୁରସ୍କାର, ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ | News Room Odisha

ସହରାଂଚଳ ରୋଜଗାର ପଦକ୍ଷେପ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପଂଚମ ଗୁଆଙ୍ଗଝୁ ପୁରସ୍କାର, ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର କାର୍ଯ୍ୟକୁ ଆଉ ଏକ ଆନ୍ତର୍ଜାତିକ ସ୍ୱୀକୃତି । ବିଭିନ୍ନ ସହର ଓ ଅଂଚଳରେ ସାମାଜିକ, ଅର୍ଥନୈତିକ ଓ ପରିବେଶଗତ ଉନ୍ନତି ପାଇଁ ଅଭିନବ ଯୋଜନା ଆପଣାଇଥିବାରୁ ଗୃହ ନଗର ଉନ୍ନୟନ ବିଭାଗକୁ ପଂଚମ ଗୁଆଙ୍ଗଝୁ ପୁରସ୍କାର ମିଳିିଛି । ସହରାଂଚଳ ରୋଜଗାର ପଦକ୍ଷେପ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଗୁଆଙ୍ଗ୍‌ଝୁ ପୁରସ୍କାର ମିଳିଛି । ଏହି ପୁରସ୍କାର ଜିତିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗକୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।