ଘାଟିରେ ଓଲଟିଲା ଟ୍ରାକ୍ଟର: ୧୫ରୁ ଅଧିକ ଆହତ | News Room Odisha

ଘାଟିରେ ଓଲଟିଲା ଟ୍ରାକ୍ଟର: ୧୫ରୁ ଅଧିକ ଆହତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍ ଅନ୍ତର୍ଗତ ଟଲନା ଘାଟିରେ ଆଜି ଅପରାହ୍ଣରେ ଏକ ଦୁର୍ଘଟଣା ଘଟିଛି। ପଡୋଶୀ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଲୁମୁଡ଼ାସିଂ ଗ୍ରାମରୁ ଗୁଣପୁର ଅଭିମୁଖେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର୍ ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଟ୍ରାକ୍ଟରରେ ବସିଥିବା ୧୫ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଶ୍ରମିକମାନେ ନିର୍ମାଣ କାମ କାମ ସାରି ଟ୍ରାକ୍ଟରରେ ଫେରୁଥିବା ବେଳେ ଏକ ଗଡ଼ାଣିରେ ଗାଡ଼ିଟି ଓଲଟି ପଡ଼ିଥିଲା। ଗୁଣପୁର ଆମ୍ବୁଲାନ୍ସ ସହ ଦମକଳ ବାହିନୀ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।