ଡିସେମ୍ବର ପହିଲାରୁ ବିଧାନସଭାର ଶୀତ ଅଧିବେଶନ, ମୋଟ ୨୬ଟି କାର୍ଯ୍ୟ ଦିବସ | News Room Odisha

ଡିସେମ୍ବର ପହିଲାରୁ ବିଧାନସଭାର ଶୀତ ଅଧିବେଶନ, ମୋଟ ୨୬ଟି କାର୍ଯ୍ୟ ଦିବସ

ଭୁବନେଶ୍ୱର -ଆସନ୍ତା ଡିସେମ୍ବର ପହିଲାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ଏ ନେଇ ଆଜି ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ୨୬ଟି କାର୍ଯ୍ୟଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପିତ ହେବ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ । ଡିସେମ୍ବର ୧୦ତାରିଖରେ ଅତିରିକ୍ତ ବଜେଟକୁ ଗୃହୀତ କରାଇବା ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ ଆସିବ ।