ପୂର୍ବତନ ସରପଂଚ ପ୍ରଦୀପ ବିଷୋୟୀ ହତ୍ୟା ମାମଲାରେ ୬ ଅଭିଯୁକ୍ତ ଗିରଫ | News Room Odisha

ପୂର୍ବତନ ସରପଂଚ ପ୍ରଦୀପ ବିଷୋୟୀ ହତ୍ୟା ମାମଲାରେ ୬ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର – ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀ ହତ୍ୟା ମାମଲାରେ ଜଣେ ନାବାଳକ ସମେତ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବ୍ରହ୍ମପୁର ପୋଲିସ ସେମାନଙ୍କୁ ଗିରଫ କରିଛି । ୪ ଜଣ ରାଜ୍ୟ ବାହାରୁ ଓ ଅନ୍ୟ ଜଣେ ଅଭିଯୁକ୍ତକୁ ରାଉରକେଲାରୁ ଗିରଫ କରାଯାଇଥିବା ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କଠାରୁ ୩ଟି ଖଣ୍ଡା, ୨ଟି ବାଇକ, ୬ଟି ମୋବାଇଲ ଫୋନ୍ ଓ ୨ଟି ବାଡି ଜବତ କରାଯାଇଛି । କିଛି ଦିନ ତଳେ ପାରୋଲରେ ଆସିଥିବା ବନ୍ଥପଲ୍ଲୀର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ବାଉରିସାହିରେ ହତ୍ୟା କରାଯାଇଥିଲା । ପ୍ରଦୀପ ବିଷୋୟୀ ସ୍କୁଟିରେ ବ୍ରହ୍ମପୁର ଯାଉଥିବା ବେଳେ ତାଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ ।