ପୁଲିସ ତଦନ୍ତ ବିଷୟରେ ଲେଖାଶ୍ରୀଙ୍କ ଜ୍ଞାନ ନାହିଁ : ବିଜେଡି | News Room Odisha

ପୁଲିସ ତଦନ୍ତ ବିଷୟରେ ଲେଖାଶ୍ରୀଙ୍କ ଜ୍ଞାନ ନାହିଁ : ବିଜେଡି

ଭୁବନେଶ୍ୱର: ଆଜିର ସାମ୍ବାଦିକ ସମ୍ମିଳନୀ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କର ପୋଲିସ ତଦନ୍ତ ବିଷୟରେ ଜ୍ଞାନର କେତେ ଅଭାବ ରହିଛି ତାହାର ମୁଖା ଖୋଲି ଦେଇଛି । ବୋଧହୁଏ ସେ ଜଣେ ପୋଲିସ ଅଫିସର ହେବାକୁ ଚାହୁଁଥିଲେ ଏବଂ ବିଫଳ ହୋଇଛନ୍ତି । ସେ ବର୍ତ୍ତମାନ ସାମ୍ବାଦିକ ସମ୍ମିଳନୀରେ ଜଣେ ପୋଲିସ୍ ଅଫିସରଙ୍କ ଭଳି ଅଭିନୟ କରି ମନଇଚ୍ଛା , ଭିଭିହୀନ ବିବୃତ୍ତିମାନ ଦେଇ ନିଜ ପିଲାଦିନର ସ୍ବପ୍ନକୁ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।

ବିଜେଡି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି ଯେ ଆମେ ଆଉଥରେ ତାଙ୍କୁ ଅନୁରୋଧ କରୁଛୁ ଯେ ଯଦି ତାଙ୍କ ନିକଟରେ ଏହି ଘଟଣାର କୌଣସି ପ୍ରମାଣ ଅଛି , ତେବେ ସେ କୋର୍ଟକୁ ଯାଆନ୍ତୁ ଏବଂ କୋର୍ଟଙ୍କୁ ନିଷ୍ପତ୍ତି ନେବାକୁ ଦିଅନ୍ତୁ । କ୍ୟାମେରା ଆଗରେ ମୁହଁ ଦେଖାଇବା ପାଇଁ ବିଜେପି ମୁଖପାତ୍ରମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଦ୍ବନ୍ଦିତା ଚାଲିଛି ଏବଂ ଶ୍ରୀମତୀ ସାମନ୍ତସିଂହାର ସେମାନଙ୍କ ମଧ୍ୟରୁ ଜଣେ ବୋଲି ବିଜେଡି ମୁଖପାତ୍ର ସୁଶ୍ରୀ ସାହୁ କହିଛନ୍ତି ।