ରାଜ୍ୟରେ କୋରୋନା ସଂକ୍ରମଣର ନିମ୍ନଗତି ଜାରି, ୧୮୫ ନୂଆ ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ କୋରୋନା ସଂକ୍ରମଣର ନିମ୍ନଗତି ଜାରି, ୧୮୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣର ନିମ୍ନଗତି ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୮୫ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧୦୯ ଓ ସ୍ଥାନୀୟ ଅଞ୍ଚଳରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୭୬ ଜଣ ୧୮ ବର୍ଷରୁ କମ ବୟସ୍କ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୬, ସମ୍ବଲପୁରରୁ ୧୮, କଟକରୁ ୧୪, ମୟୂରଭଞ୍ଜରୁ ୧୨, ବାଲେଶ୍ୱରରୁ ୯, ପୁରୀରୁ ୭, ଯାଜପୁରରୁ ୭, କେନ୍ଦ୍ରାପଡାରୁ ୪, ସୋନପୁରରୁ ୪, ଜଗତସିଂହପୁରରୁ ୩, ଝାରସୁଗୁଡାରୁ ୩, ଭଦ୍ରକରୁ ୨, ବୌଦ୍ଧରୁ ୨, ଦେବଗଡରୁ ୨, ଢେଙ୍କାନାଳରୁ ୧, ଗଞ୍ଜାମରୁ ୧, ନୟାଗଡରୁ ୧, ସୁନ୍ଦରଗଡରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨ଟି ଜିଲ୍ଲାରେ ସଂକ୍ରମଣ ଶୂନ ରହିଛି । ଷ୍ଟେଟ ପୁଲ୍‌ରୁ ୧୮ଟି ମାମଲା ଆସିଛି ।

ରାଜ୍ୟରେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୬୫୬କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୩୪ ହଜାର ୫୦୫ । ସକ୍ରିୟ ମାମଲା ରହିଛି ୨ ହଜାର ୭୧୯ ।

COVID-19