ମଲା ଦନ୍ତା ହାତୀ ଠାବ | News Room Odisha

ମଲା ଦନ୍ତା ହାତୀ ଠାବ

ଚିକିଟି: ଖାଦ୍ୟ ଅନ୍ବେଷଣରେ ଘୁରି ବୁଲୁଥିବା ଏକ ହାତୀ ପଲରେ ସାମିଲ ଦନ୍ତା ହାତୀର ଜୀବନ ଯାଇଛି। ବ୍ରହ୍ମପୁର ବନ ଡିଭିଜନ୍ ଅଧୀନ ଚିକିଟି ସେକ୍ସନ ପନାଡ଼ ଗାଁ ନିକଟ ଜଙ୍ଗଲରୁ ଦନ୍ତାର ମୃତଦେହ ବନବିଭାଗ ପାଇଛି। ଆଜି ଭୋରରୁ ହାତୀଙ୍କୁ ଜନବସତି ଠାରୁ ଦୂରେଇ ରଖିବାରେ ନିୟୋଜିତ ବନ ବିଭାଗ ଟିମ୍ ମୃତ ଦନ୍ତାକୁ ଠାବ କରିଥିଲା। କାହିଁକି ହାତୀଟିର ମୃତ୍ୟୁ ଘଟିଛି ତାହାର ତନାଘନା ଚଳାଇଛି ବନବିଭାଗ। ଗତ କିଛି ଦିନ ହେବ ଏହି ହାତୀ ପଲ ଦିଗପହଣ୍ଡି – ଚିକିଟି ଅଞ୍ଚଳରେ ଘୁରି ବୁଲୁଥିଲେ। ମଙ୍ଗଳବାର ଚିକିଟି ବ୍ଲକ୍ ଧାନରାସିଆ ଜଙ୍ଗଲରେ ଆଶ୍ରୟ ନେଇଥିଲେ।