ଓକାକ୍ ସିଇଓଙ୍କ ହ୍ୱାଟସଆପ୍ ହ୍ୟାକ ଘଟଣାର ଅଭିଯୁକ୍ତ ଚିହ୍ନଟ | News Room Odisha

ଓକାକ୍ ସିଇଓଙ୍କ ହ୍ୱାଟସଆପ୍ ହ୍ୟାକ ଘଟଣାର ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର – ଓକାକ୍ ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ୱାଟସଆପ୍ ହ୍ୟାକ କରି ଟଙ୍କା ହଡପ କରିବା ଘଟଣାର ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି । ଅଭିଯୁକ୍ତ ଜଣକ ବେଙ୍ଗଳୁରୁରେ ରହି ଓକାକ୍ ସିଇଓଙ୍କ ହ୍ୱାଟସଆପ୍ ହ୍ୟାକ୍ କରିଥିଲା ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା କହିଛନ୍ତି । ଅଭିଯୁକ୍ତକୁ ଧରିବା ପାଇଁ ଦିଲ୍ଲୀ ପୋଲିସର ସାଇବର ୟୁନିଟ ସହ ଯୋଗାଯୋଗ କରାଯାଉଛି । ଖୁବ ଶୀଘ୍ର କ୍ରାଇମବ୍ରାଂଚର ଏକ ଟିମ୍ ବେଙ୍ଗଳୁରୁ ମଧ୍ୟ ଯିବ । ହ୍ୟାକ ଘଟଣାରେ ଅଭିଯୁକ୍ତର ନାଇଜେରିଆ ଲିଙ୍କ୍ ମଧ୍ୟ ସ୍ପଷ୍ଟ ହୋଇଥିବା କ୍ରାଇମବ୍ରାଂଚ୍ ଏଡିଜି ସୂଚନା ଦେଇଛନ୍ତି ।