ରାଜ୍ୟରେ ଆଉ ୨୨୯ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ଆଉ ୨୨୯ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୨୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୩୩ ଓ ସ୍ଥାନୀୟ ଅଂଚଳରୁ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୧୮ ବର୍ଷରୁ କମ୍ ବୟସର ୨୯ ଜଣ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩, କଟକରୁ ୧୮, ସମ୍ବଲପୁରରୁ ୧୩, ମୟୂରଭଞ୍ଜରୁ ୧୧, ସୁନ୍ଦରଗଡରୁ ୮, ଯାଜପୁରରୁ ୬, ବାଲେଶ୍ୱରରୁ ୬, କେନ୍ଦ୍ରାପଡାରୁ ୪, ପୁରୀରୁ ୩, କୋରାପୁଟରୁ ୩, ଭଦ୍ରକରୁ ୩, ଗଞ୍ଜାମରୁ ୩, ଗଜପତିରୁ ୨, ଜଗତସିଂହପୁରରୁ ୨, ଝାରସୁଗୁଡାରୁ ୨, ନୟାଗଡରୁ ୧, ଦେବଗଡରୁ ୧, ବଲାଙ୍ଗିରରୁ ୧ ଓ ଅନୁଗୁଳରୁ ୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୧୧ଟି ଜିଲ୍ଲାରୁ କୌଣସି ମାମଲା ଆସିନାହିଁ । ଷ୍ଟେଟପୁଲରୁ ୨୮ଟି ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏ ଯାଏଁ ମୋଟ ୧୦ ଲକ୍ଷ ୪୬ ହଜାର ୩୧୭ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ୧୦ ଲକ୍ଷ ୩୫ ହଜାର ୨୬୨ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ସଂଖା ରହିଛି ୨ ହଜାର ୬୧୬ ।