ବିବାଦୀୟ ତିନିଟି କୃଷି ଆଇନ ଉଚ୍ଛେଦ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା | News Room Odisha

ବିବାଦୀୟ ତିନିଟି କୃଷି ଆଇନ ଉଚ୍ଛେଦ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ – ବିବାଦୀୟ ତିନିଟି କୃଷି ଆଇନ ଉଚ୍ଛେଦ କରିବା ପାଇଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଗତବର୍ଷ ଏହି ଆଇନ ପ୍ରଣୟନ ହୋଇଥିଲା । ହେଲେ କିଛି ରାଜ୍ୟରେ କୃଷକ ଏହାକୁ ଜୋରଦାର ବିରୋଧ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତିନିଟି କୃଷି ଆଇନ କୃଷକଙ୍କ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ଥିଲା । କିନ୍ତୁ ସରକାରଙ୍କ ସବୁ ଉଦ୍ୟମ ସତ୍ତତ୍ତ୍ୱ କୃଷକଙ୍କ କିଛି ବର୍ଗ ସନ୍ତୁଷ୍ଟ ନ ଥିଲେ । ପ୍ରାୟ ବର୍ଷେ ଧରି କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଚାଲିଛି ।

ଓଡିଶାରେ ମଧ୍ୟ ବିବାଦୀୟ କୃଷି ଆଇନ ବିରୋଧରେ ଅସନ୍ତୋଷ ଦେଖାଦେଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଟି କୃଷି ଆଇନକୁ ନେଇ ଆପତ୍ତିପ୍ରକାଶ କରିଥିଲେ । କୃଷକଙ୍କ ସର୍ବାଙ୍ଗୀନ ସ୍ୱାର୍ଥକୁ ଉଚିତ ଦୃଷ୍ଟି ଦେବା ପାଇଁ ସେ କେନ୍ଦ୍ରକୁ ପରାମର୍ଶ ଦେଇଥିଲେ ।