ଆୟ ବହିର୍ଭୂତ ସଂପତ୍ତି ମାମଲାରେ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଋଷିନାଥ ବରାଳ ଗିରଫ | News Room Odisha

ଆୟ ବହିର୍ଭୂତ ସଂପତ୍ତି ମାମଲାରେ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଋଷିନାଥ ବରାଳ ଗିରଫ

ନୟାଗଡ – ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଫସିଥିବା ନୟାଗଡ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଋଷିନାଥ ବରାଳ ଗିରଫ ହୋଇଛନ୍ତି । ଏହି ମାମଲାରେ ଗୁରୁବାର ଋଷିନାଥଙ୍କ ୪ଟି ଠିକଣାରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ । ତାଙ୍କର ମୋଟ ୨ ଦଶମିକ ୭ କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ । ୩୫ ହଜାର ଟଙ୍କା ମୂଲ୍ୟର ପୁରୁଣା ୫ ଶହ ଟଙ୍କିଆ ନୋଟ୍ ବି ଚଢାଉ ବେଳେ ଜବତ କରିଛି ଭିଜିଲାନ୍ସ ।