ରାଜ୍ୟରେ ୨୦୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ୨୦୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨୦୫ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୧୯ ଓ ସ୍ଥାନୀୟ ୍‌ଅଞ୍ଚଳରୁ ୮୬ ଜଣ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୪୫ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସର ପିଲା ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ୧୦୭, ସୁନ୍ଦରଗଡରୁ ୨୨, କଟକରୁ ୧୦ ଓ ଯାଜପୁରରୁ ୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୫, ବୌଦ୍ଧରୁ ୫, ବାଲେଶ୍ୱରରୁ ୫, ନୟାଗଡରୁ ୪, ଜଗତସିଂହପୁରରୁ ୩, କଳାହାଣ୍ଡିରୁ ୩, କେନ୍ଦ୍ରାପଡାରୁ ୨, କେନ୍ଦୁଝରରୁ ୨, ଗଞ୍ଜାମରୁ ୧, ଦେବଗଡରୁ ୧, ବରଗଡରୁ ୧, ବଲାଙ୍ଗିରରୁ ୧, ପୁରୀରୁ ୧, ରାୟଗଡାରୁ ୧, ସୋନପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧ ଜିଲ୍ଲାରୁ କୌଣସି ପଜିଟିଭ ମାମଲା ଆସିନାହିଁ । ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୪୭ ହଜାର ୩ ଜଣ ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୩୬ ହଜାର ୨୩୦ । ଏବେ ୨ ହଜାର ୩୨୭ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

COVID-19