ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜିଠାରୁ ତିନିଦିନିଆ ଯଜ୍ଞ, ୨୪ରେ ପ୍ରକଳ୍ପ କାର୍ଯ୍ୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ | News Room Odisha

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜିଠାରୁ ତିନିଦିନିଆ ଯଜ୍ଞ, ୨୪ରେ ପ୍ରକଳ୍ପ କାର୍ଯ୍ୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର –ପୁରୀ ପାଇଁ ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜିଠାରୁ ତିନିଦିନିଆ ଯଜ୍ଞ ଆରମ୍ଭ ହୋଇଛି । ଏଥିପାଇଁ ରବିବାର ଶ୍ରୀନଅରରେ ଗୁଆ ଟେକା ଯାଇଥିଲା । ଏଥିସହ ଯଜ୍ଞମଣ୍ଡପରେ ମଣ୍ଡଳ କଟା ଓ ଅଙ୍କୁରାରୋପଣ କରାଯାଇଥିଲା । ଗତକାଲି ସଂଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଥିଲେ । ଆଜି ସକାଳୁ ପଂଚକର୍ମ, ବ୍ରାହ୍ମଣବରଣ ଆଦି ପରମ୍ପରା ପରେ ଯଜ୍ଞ ଆରମ୍ଭ ହୋଇଛି । ୩୩ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣ ଯଜ୍ଞ କାର୍ଯ୍ୟରେ ନିୟୋଜିତ ହେଉଥିବା ବେଳେ ଗଜପତି ମହାରାଜା ଦିବ୍ୟସିଂହ ଦେବ କର୍ତ୍ତା ହୋଇଛନ୍ତି ।

ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଉଦଘାଟନ କରିବେ । ଭକ୍ତମାନଙ୍କ ସୁବିଧା, ଶ୍ରୀନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ଏହି ପ୍ରକଳ୍ପ ଉଦ୍ଦିଷ୍ଟ ।

Chief Minister Naveen PatnaikJagannath TemplePuri World Heritage City Project