ସତ୍ୟପାଠ ଜରିଆରେ ନିଜ ବିଷୟରେ ସଂପୂର୍ଣ୍ଣ ତଥ୍ୟ ଦେବା ପାଇଁ ପ୍ରାର୍ଥୀ ବାଧ୍ୟ | News Room Odisha

ସତ୍ୟପାଠ ଜରିଆରେ ନିଜ ବିଷୟରେ ସଂପୂର୍ଣ୍ଣ ତଥ୍ୟ ଦେବା ପାଇଁ ପ୍ରାର୍ଥୀ ବାଧ୍ୟ

ଭୁବନେଶ୍ୱର- ଆସନ୍ତା ପଂଚାୟତ ନିର୍ବାଚନ ନେଇ ଆଇନ ବିଭାଗ ପକ୍ଷରୁ ଅଧ୍ୟାଦେଶ ସଂପର୍କିତ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ପ୍ରାର୍ଥୀଙ୍କୁ ସତ୍ୟପାଠ ଜରିଆରେ ତଥ୍ୟ ଦେବା ବାଧ୍ୟତାମୂଳକ କରାଯାଇଛି । ନିଜ ବିରୋଧରେ ଥିବା ଫୌଜଦାରୀ ମାମଲା, ସଂପତ୍ତି, ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ଦେବା ପାଇଁ ପ୍ରାର୍ଥୀଙ୍କ ପାଇଁ ବାଧ୍ୟତାମୂଳକ । ଭୁଲ୍ ତଥ୍ୟ ଦେଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ହେବା ସହ ଜରିମାନ ଦେବାକୁ ପଡିବ । ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ଏହି ନିୟମ ଲାଗୁ ହେବ ।