ଏଲପିଜି ଦରବୃଦ୍ଧିର ପ୍ରତିବାଦ କଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡି | News Room Odisha

ଏଲପିଜି ଦରବୃଦ୍ଧିର ପ୍ରତିବାଦ କଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡି

ରଙ୍ଗେଇଲୁଣ୍ଡା: ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡି କେନ୍ଦ୍ରର ମୋଦି ସରକାରଙ୍କ ଜନବିରୋଧୀ ଦରବୃଦ୍ଧି ନୀତି ପ୍ରତିବାଦରେ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇଛି। ପୂର୍ବରୁ ପେଟ୍ରୋଲ, ଡିଜେଲ ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ନିୟନ୍ତ୍ରଣ ଦାବିରେ ଆନ୍ଦୋଳନ କରିଥିଲା। ଆଉ ଏବେ ଏଲପିଜି ଦରରେ ଅହେତୁକ ବୃଦ୍ଧି ବିରୋଧରେ ପୁଣି ଆନ୍ଦୋଳନ କରାଯାଇଛି। କନିଶିସ୍ଥିତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ମହିଳା ଜନତା ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଆକାଶଛୁଆଁ ମୂଲ୍ୟବୃଦ୍ଧିର ପ୍ରତିବାଦ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓ ପ୍ରସନ୍ନ କୁମାର ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏଣୁ ବ୍ଲକର ଶତାଧିକ ମହିଳା କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ। ଯୁବ, ଛାତ୍ର ବିଜେଡି ସମେତ ଦଳର ବହୁ ନେତା ଓ କର୍ମୀ ସାମିଲ ହୋଇ ସାଧାରଣ ଜନତାଙ୍କ ଆକ୍ରୋଶର ପ୍ରତିଫଳନ କରିଥିଲେ। ବ୍ଲକ୍ ମହିଳା ବିଜେଡି ସଭାନେତ୍ରୀ ପି. କମଳା ରେଡ୍ଡୀ, ବ୍ଲକ୍ ବିଜେଡି ସଭାପତି ଅଜିତ ଦାସ, ବ୍ଲକ୍ ଅଧ୍ୟକ୍ଷା ସିଏଚ୍.ଉଷାରାଣୀଙ୍କ ସମେତ ଶତାଧିକ ମହିଳା, ଛାତ୍ର ଜନତା ଦଳର କର୍ମୀ ଯୋଗ ଦେଇ ଜୟ ବିଜେଡି, ଜୟ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାବାଜି ଦେଇଥିଲେ।