ମୟୂରଭଞ୍ଜ ଆଇଟିଡିଏ ସହକାରୀ ଯନ୍ତ୍ରୀଙ୍କଠାରୁ ୪୨ ଲକ୍ଷ ୭୭ ହଜାର ନଗଦ ଟଙ୍କା ଜବତ, ଗତ ୫ ମାସରେ ସର୍ବାଧିକ | News Room Odisha

ମୟୂରଭଞ୍ଜ ଆଇଟିଡିଏ ସହକାରୀ ଯନ୍ତ୍ରୀଙ୍କଠାରୁ ୪୨ ଲକ୍ଷ ୭୭ ହଜାର ନଗଦ ଟଙ୍କା ଜବତ, ଗତ ୫ ମାସରେ ସର୍ବାଧିକ

ଭୁବନେଶ୍ୱର- କଳାଧନ କୁବେର ମୟୂରଭଞ୍ଜ ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଚଢାଉ କରି ଭିଜିଲାନ୍ସ ନଗଦ ୪୧ ଲକ୍ଷ ୭୭ ହଜାର ଟଙ୍କା ଜବତ କରିଥିବା ସୂଚନା ଦେଇଛି । ଏତେ ପରିମାଣର ଟଙ୍କା ଗତ ୫ ମାସରେ ସର୍ବାଧିକ ବୋଲି ଭିଜିଲାନ୍ସ କହିଛି । ପୂର୍ବରୁ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ପୂର୍ବତନ ଉପପ୍ରବନ୍ଧକ ପ୍ରତାପ ସାମଲଙ୍କଠାରୁ ୩୮ ଲକ୍ଷ ୧୩ ହଜାର ନଗଦ ଟଙ୍କା ଜବତ ହୋଇଥିଲା । ସାମଲଙ୍କ ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିତ ଅଧିକାରୀ ନରୋତ୍ତମ ବେହେରାଙ୍କ ଠାରୁ ଭିଜିଲାନ୍ସ ସାଢେ ୧୬ ଲକ୍ଷ ଟଙ୍କା ଜବତ କରିଥିବା ବେଳେ ଭବାନୀପାଟଣାର ସ୍ୱତନ୍ତ୍ର ସରକାରୀ ଓକିଲ ଆଶୁତୋଷ ମିଶ୍ରଙ୍କଠାରୁ ଭିଜିଲାନ୍ସ ଜବତ କରିଥିଲା ୧୫ ଲକ୍ଷ ୬୦ ହଜାର ଟଙ୍କା ।