କୋରାପୁଟରେ ବିଏସକେୱାଇ ସ୍ମାର୍ଟ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାବାସୀଙ୍କୁ ୮୬୬ କୋଟିର ପ୍ରକଳ୍ପ ଭେଟି | News Room Odisha

କୋରାପୁଟରେ ବିଏସକେୱାଇ ସ୍ମାର୍ଟ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାବାସୀଙ୍କୁ ୮୬୬ କୋଟିର ପ୍ରକଳ୍ପ ଭେଟି

ଭୁବନେଶ୍ୱର- ବିଏସକେୱାଇ ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ କୋରାପୁଟ ଜିଲା ସାମିଲ ହୋଇଛି । ଜିଲ୍ଲାର ୧୨ ଲକ୍ଷରୁ ଅଧିକ ହିତାଧିକାରୀ ଏହାଦ୍ୱାରା ଉପକୃତ ହେବେ । ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ଏହି ସେବାର ଶୁଭାରମ୍ଭ କରିଛନ୍ତି । ସ୍ମାର୍ଟ କାର୍ଡ ସେବାର ଶୁଭାରମ୍ଭ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮୬୬ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଥିସହ ପୂର୍ବତନ ମନ୍ତ୍ରୀ ଓ କୋରାପୁଟ ବିଧାୟକ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତି ବି ଅନାବରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

BSKY Smart Health CardChief Minister Naveen PatnaikOdisha Government