ଏମଡିଏମ ପାଚକ ପାଚିକା ମହାସଂଘର ଗଞ୍ଜାମ ଜିଲ୍ଲା ସମାବେଶ | News Room Odisha

ଏମଡିଏମ ପାଚକ ପାଚିକା ମହାସଂଘର ଗଞ୍ଜାମ ଜିଲ୍ଲା ସମାବେଶ

ବ୍ରହ୍ମପୁର: ବିଜୁ ଶ୍ରମିକ ସାମ୍ମୁଖ୍ୟ ଅନୁବନ୍ଧିତ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ (ଏମଡିଏମ୍) ପାଚକ ପାଚିକା ମହାସଂଘର ଗଞ୍ଜାମ ଜିଲ୍ଲାସ୍ତରୀୟ ସମାବେଶ ଆଜି ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ଟାଉନ୍ ହଲ ଠାରେ ହୋଇଥିବା ଏହି ସମାବେଶରେ ବିଶିଷ୍ଟ ଅତିଥି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ଡ. ଗୋପବନ୍ଧୁ ଦାସ। ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ମୁଖ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମେତ ଜିଲ୍ଲାର ବହୁ ବିଧାୟକ ଓ ବରିଷ୍ଠ ବିଜେଡି ନେତୃବୃନ୍ଦ ମଞ୍ଚାସୀନ ଥିଲେ।

ମହାସଂଘ ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁ ଅଧ୍ୟକ୍ଷତାରେ ହୋଇଥିବା ସଭାରେ ଜିଲ୍ଲାର ସମସ୍ତ ୨୨ଟି ବ୍ଲକର ଶହ ଶହ ପାଚକ ପାଚିକା ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ମାସିକ ୮୨୦୦ ଟଙ୍କା ପ୍ରାପ୍ୟ ପ୍ରଦାନ, ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ମାନ୍ୟତା ଘୋଷଣା, ଚିକିତ୍ସା ଭତ୍ତା ସହ ଇନସ୍ୟୁରାନ୍ସ ଲାଗୁ ଆଦି ଦାବି ଉପସ୍ଥାପନ କରିଥିଲେ ମହାସଂଘ କର୍ମକର୍ତ୍ତା। ଏମଡି ଏମ୍ ପାଚକ ପାଚିକାଙ୍କ ଗୁରୁଦାୟିତ୍ୱ ସମ୍ପର୍କରେ ରାଜ୍ୟ ସରକାର ସଚେତନ ଅଛନ୍ତି। ତେଣୁ ସେମାନଙ୍କ ଦାବି ପ୍ରତି ସହୃଦୟତାର ସହ ବିଚାର କରାଯିବ ବୋଲି ସେମାନଙ୍କୁ ଆଶ୍ବସ୍ତ କରାଯାଇଛି।

Biju Janata DalOSD to Odisha CM Dr Gopabandhu Dash