ରାଜ୍ୟରେ ୨୩୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ୨୩୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨୩୭ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୩୯ ଓ ସ୍ଥାନୀୟ ଅଞ୍ଚଳରୁ ୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୯ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩, କଟକରୁ ୧୯, ସୁନ୍ଦରଗଡରୁ ୧୬, ସମ୍ବଲପୁରରୁ ୧୩, ମୟୂରଭଞ୍ଜରୁ ୮, ଯାଜପୁରରୁ ୮, ବାଲେଶ୍ୱରରୁ ୫, ବଲାଙ୍ଗିରରୁ ୫, ଝାରସୁଗୁଡାରୁ ୪, ପୁରୀରୁ ୩, ଢେଙ୍କାନାଳରୁ ୩, ଜଗତସିଂହପୁରରୁ ୩, କେନ୍ଦ୍ରାପଡାରୁ ୩, ଭଦ୍ରକରୁ ୨, ନୟାଗଡରୁ ୨, କେନ୍ଦୁଝରରୁ ୧, ଗଞ୍ଜାମରୁ ୧, ବୌଦ୍ଧରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨ଟି ଜିଲ୍ଲାରୁ କୌଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି । ଷ୍ଟେଟ ପୁଲରୁ ୨୭ଟି ମାମଲା ଆସିଛି ।

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୯ ହଜାର ୩୪୫କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୩୮ ହଜାର ୫୦୯ । ସକ୍ରିୟ ମାମଲା ସଂଖ୍ୟା ରହିଛି ୨ ହଜାର ୩୭୦ ।