ଭିଜିଲାନ୍ସ ଜାଲରେ ଜମନକିରା ଲ୍ୟାମ୍ପସ ଏମ୍‌ଡି, ଚଢାଉ ବେଳେ ମିଳିଲା ୨ ଲକ୍ଷରୁ ଅଧିକ ଟଙ୍କା, ୪ଟି ଚାରିଚକିଆ ଯାନ | News Room Odisha

ଭିଜିଲାନ୍ସ ଜାଲରେ ଜମନକିରା ଲ୍ୟାମ୍ପସ ଏମ୍‌ଡି, ଚଢାଉ ବେଳେ ମିଳିଲା ୨ ଲକ୍ଷରୁ ଅଧିକ ଟଙ୍କା, ୪ଟି ଚାରିଚକିଆ ଯାନ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜମନକିରା ଲ୍ୟାମ୍ପସ ଏମଡି ଫଣୀନ୍ଦ୍ର ସାହୁଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଜମନକିରା ଅଫିସ, ପୈତୃକ ଗାଁ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିିଛି । ଫଣୀନ୍ଦ୍ରଙ୍କ ସମ୍ବଲପୁର ଜିଲ୍ଲା ଧାନକଉଡାରେ ଥିବା ଘର, ଧନୁପାଲି ସ୍ଥିତ ଭଡା ଘର, ଜମନକିରା ଜଗନ୍ନାଥପଡାରେ ଥିବା ପୈତୃକ ଘର, ସୁନ୍ଦରଗଡ ଜିଲ୍ଲା ବରଗାଁ ଥାନା ଅନ୍ତର୍ଗତ ପଂଚରାରେ ଶ୍ୱଶୁରଙ୍କ ଘର ଓ ଜମନକିରା ଲାମ୍ପସ ଅଫିସରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ଚଢାଉରେ ୩ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର, ୪ ଏଏସଆଇ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି । ଏ ଯାଏଁ ୨ ଲକ୍ଷ ୩୬ ହଜାର ୮୭୦ ନଗଦ ଟଙ୍କା, ୪ଟି ଚାରିଚକିଆ ଗାଡି ( ୩ଟି ବୋଲେରୋ ଓ ୧ଟି କାର୍ ) ଠାବ ହୋଇଛି ।