ଏକ ଗୁଣୀ ବ୍ୟକ୍ତିଙ୍କୁ ଥରେ ଧର୍ମ ଓ ଆଧ୍ୟାତ୍ମିକତା ମଧ୍ୟରେ ପାର୍ଥକ୍ୟ ପଚରା ଗଲା । ତାଙ୍କର ଉତ୍ତର ଅବିଶ୍ୱସନୀୟ ଥିଲା ।
ଧର୍ମ :- ଧର୍ମ ସୁପ୍ତ ବ୍ୟକ୍ତି ମାନଙ୍କ ପାଇଁ ଉଦ୍ଦିଷ୍ଟ I
ଆଧ୍ୟାତ୍ମିକତା :- ଆଧ୍ୟାତ୍ମିକତା ହେଉଛି ଜାଗ୍ରତ ଥିବା ମଣିଷ ପାଇଁ I
ଧର୍ମ :- ଧର୍ମ ସେଇ ବ୍ୟକ୍ତି ପାଇଁ ଯିଏ କିଛି କରିବା ପାଇଁ ଅନ୍ୟର ଉପଦେଶ ଚାହେଁ, ଅନ୍ୟ ମାନଙ୍କ ଦ୍ଵାରା ପରିଚାଳିତ ହେବା ପାଇଁ ଇଚ୍ଛୁକ ଥାଏ I
ଆଧ୍ୟାତ୍ମିକତା :- ଆଧ୍ୟାତ୍ମିକତା , ମଣିଷକୁ ନିଜ ଅନ୍ତର୍ନିହିତ ଶବ୍ଦକୁ ଶୁଣିବା ପାଇଁ ରାସ୍ତା ଦେଖାଏ I
ଧର୍ମ :- ଧର୍ମ, ଭୟଭୀତ କରାଏ I
ଆଧ୍ୟାତ୍ମିକତା :- ଆଧ୍ୟାତ୍ମିକତା, ହୃଦୟରେ ଶାନ୍ତି ସ୍ଥାପନ କରାଏ I
ଧର୍ମ :- ଯାହାକୁ ଧର୍ମ ହିସାବରେ ମିଥ୍ୟା ଧରାଯାଏ, ସେ ସବୁକୁ ଧର୍ମ ଦମନ କରିଚାଲେ ।
ଆଧ୍ୟାତ୍ମିକତା :- ଆଧ୍ୟାତ୍ମିକତା, ସବୁ ଦ୍ବନ୍ଦ୍ବକୁ ଅତିକ୍ରମ କରି ଆମକୁ ସତ୍ୟର ନିକଟତର କରାଏ I
ଧର୍ମ :- ଧର୍ମ , କୌଣସି ପ୍ରଶ୍ନକୁ ବରଦାସ୍ତ କରେନାହିଁ I
ଆଧ୍ୟାତ୍ମିକତା :- ଆଧ୍ୟାତ୍ମିକତା , କୌତୁହଳର ସହ ପ୍ରଶ୍ନ ସନ୍ଧାନ କରିବାକୁ ଉତ୍ସାହିତ କରାଏ I
ଧର୍ମ :- ଧର୍ମ , ହିଁ ମନୁଷ୍ଯ ଦ୍ବାରା ସଂପାଦିତ I ଏହା ଏକ ସଂସ୍ଥା ବା ଅନୁଷ୍ଠାନ ଯାହାର ନିୟମାବଳୀ ମନୁଷ୍ୟକୃତ I
ଆଧ୍ୟାତ୍ମିକତା :- ଆଧ୍ୟାତ୍ମିକତା, ଦିବ୍ୟତାର ପ୍ରତୀକ , ମନୁଷ୍ୟକୃତ ନିୟମ ବିନା ଏହା ଆମକୁ ନିରାଧାର କାରଣର ନିକଟବର୍ତ୍ତୀ କରାଏ I
ଧର୍ମ :- ଧର୍ମ , ତୁମ୍ଭ ଓ ଆମ୍ଭ ମଧ୍ୟରେ ପ୍ରଭେଦ ପ୍ରତିଷ୍ଠା କରେ I
ଆଧ୍ୟାତ୍ମିକତା :- ଆଧ୍ୟାତ୍ମିକତା, ଏକାତ୍ମଭାବର ରାସ୍ତା ଦେଖାଏ I
ଧର୍ମ :- ଧର୍ମ , ପବିତ୍ର ପୁସ୍ତକକୁ ଆଧାର ବନାଏ I
ଆଧ୍ୟାତ୍ମିକତା :- ଆଧ୍ୟାତ୍ମିକତା ,ସମସ୍ତ ପୁସ୍ତକରେ ଦିବ୍ୟତାର ସନ୍ଧାନକରେ I
ଧର୍ମ :- ଧର୍ମ , ଭୟର ଭୋଜନରେ ତୃପ୍ତ ହୁଏ I
ଆଧ୍ୟାତ୍ମିକତା :- ଆଧ୍ୟାତ୍ମିକତା ,ବିଶ୍ବାସ ଏବଂ ଆସ୍ଥା ରୂପକ ଖାଦ୍ୟ ଗ୍ରହଣ କରେ I
ଧର୍ମ :- ଧର୍ମ, କ୍ରିୟା କର୍ମ ସାଧନାରେ ବିଶ୍ବାସ ରଖେ I
ଆଧ୍ୟାତ୍ମିକତା :- ଆଧ୍ୟାତ୍ମିକତାର ସମ୍ବନ୍ଧ ସ୍ଵୟଂ ସାଧନା ସହ ଜଡିତ I
ଧର୍ମ :- ଧର୍ମ, ସ୍ଵ-ଅହଂଭାବ ଉପରେ ନିର୍ଭରଶୀଳ I
ଆଧ୍ୟାତ୍ମିକତା :- ଆଧ୍ୟାତ୍ମିକତା , ସ୍ଵୟଂ କୁ ଅତିକ୍ରମ କରି ଅଭିଯାନ ଆରମ୍ଭ କରେ I
ଧର୍ମ :- ଧର୍ମ ,ଏକ ଗୋଷ୍ଠୀ ବା ସମ୍ପ୍ରଦାୟ ଉପରେ ନିର୍ଭରଶୀଳ I
ଆଧ୍ୟାତ୍ମିକତା :- ଆଧ୍ୟାତ୍ମିକତା ହେଉଛି ଆତ୍ମଜ୍ଞାନ ର ପ୍ରତୀକ I
ଧର୍ମ :- ଧର୍ମ , ଭୂତ ଏବଂ ଭବିଷ୍ୟତରେ ବାସ କରେ I
ଆଧ୍ୟାତ୍ମିକତା :- ଆଧ୍ୟାତ୍ମିକତା ବର୍ତ୍ତମାନର ଅଧିବାସୀ I
ଧର୍ମ :- ଧର୍ମ , ସ୍ମୃତିପଟରେ ଏକାନ୍ତଭାବ ଉତ୍ପତ୍ତି କରାଏ I
ଆଧ୍ୟାତ୍ମିକତା :- ଆଧ୍ୟାତ୍ମିକତା, ଆମ ଚୈତନ୍ୟକୁ ବିମୁକ୍ତ କରାଏ I
ଆମେ ସବୁ ଆଧ୍ୟାତ୍ମିକ ଅସ୍ଥିତ୍ଵ, ଯିଏ ମନୁଷ୍ୟର ଅନୁଭୂତି ନେଇ ସଞ୍ଚାଳିତ ହୁଏ I ( ସଂଗୃହିତ )