ତିନିଦିନର ବର୍ଷା ପରେ ଆଜିଠାରୁ ବଦଳିବ ପାଗ, କାଲିଠୁ ପାଗ ଶୁଖିଲା | News Room Odisha

ତିନିଦିନର ବର୍ଷା ପରେ ଆଜିଠାରୁ ବଦଳିବ ପାଗ, କାଲିଠୁ ପାଗ ଶୁଖିଲା

ଭୁବନେଶ୍ୱର- ଦୁର୍ବଳ ହୋଇ ଅବପାତ ରୂପେ ଓଡିଶା ଉପକୂଳ ଅତିକ୍ରମ କରିଥିବା ବାତ୍ୟା ଜୱାଦର ପ୍ରଭାବର ତିନି ଦିନ ଧରି ରାଜ୍ୟର ଅନେକ ଜିଲ୍ଲାରେ ଲଗାଣ ବର୍ଷା ହେଲା ପରେ ଆଜିଠୁ ପାଗ ବଦଳିବା ସମ୍ଭାବନା ରହିଛି । କାଲିଠୁ ପାଗ ଶୁଖିଲା ରହିବ । ଆଜି ଉପକୂଳ ଓଡିଶାର କିଛି ଜିଲ୍ଲାରେ ପାଗ ମେଘୁଆ ରହିବ । ଉତ୍ତର ଉପକୂଳ ଓଡିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଆଜିଠାରୁ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏ ତଳକୁ ଖସିବ । ସାରା ରାଜ୍ୟରେ ସ୍ୱାଭାବିକ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।