ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ନ ମିଳିବାରୁ କେନ୍ଦ୍ର ବିରୋଧରେ ବିଜେଡିର ପ୍ରତିବାଦ | News Room Odisha

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ନ ମିଳିବାରୁ କେନ୍ଦ୍ର ବିରୋଧରେ ବିଜେଡିର ପ୍ରତିବାଦ

ଭୁବନେଶ୍ୱର – ୧୮୧୭ ମସିହାର ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ମାନ୍ୟତା ଦେବାକୁ କେନ୍ଦ୍ର ମନା କଲା ପରେ ଅସନ୍ତୋଷ ପ୍ରକାଶ ପାଇଛି । କେନ୍ଦ୍ରର ଏହି ନିଷ୍ପତ୍ତି ବିରୋଧରେ ବିଧାନସଭା ଭିତରେ ଓ ବାହାରେ ପ୍ରତିବାଦ କରିଛି ଶାସକ ବିଜେଡି । ଆଜି ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିତଳେ ଧାରଣା ଦେଇଛନ୍ତି ବିଜେଡିର ବିଧାୟକ । ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ବିଜେଡି ବିଧାୟକମାନେ ବିଧନସଭାରେ ପ୍ରତିବାଦ କରିଛନ୍ତି । ପାଇକମାନଙ୍କୁ କଳାକାରର ମାନ୍ୟତା ନ ମିଳିବା ନେଇ ବି ପ୍ରତିବାଦ କରିଛି ବିଜେଡି ।