କରୋନା ଅପଡେଟ୍: ଦେଶରେ ୮୩୦୬ ନୂଆ ମାମଲା, ୨୧୧ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ୮୩୦୬ ନୂଆ ମାମଲା, ୨୧୧ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ଦେଶରେ କରୋନାର ୮୩୦୬ ନୂଆ ମାମଲା ରିପୋର୍ଟ ହୋଇଛି। ଦିନକରେ ଏହି ରୋଗରେ ୨୧୧ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ର ଓମିକ୍ରନ୍ ଭାରିଆଣ୍ଟର ୨୧ ଟି ମାମଲା ରିପୋର୍ଟ ହୋଇଛି |

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୯୮, ୪୧୬ ରହିଛି | ଏଥି ସହିତ, ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୭୩ ହଜାର ୫୩୭କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି ୮୮୩୪ ରୋଗୀ ସୁସ୍ଥ ହୋଇଛନ୍ତି, ଯାହା ପରେ ମୋଟ ସୁସ୍ଥ ଲୋକଙ୍କ ସଂଖ୍ୟା ୩ କୋଟି ୪୦ ଲକ୍ଷ ୬୯ ହଜାର ୬୦୮ରେ ପହଞ୍ଚିଛି ।

ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୨୭ କୋଟିରୁ ଡୋଜ୍ ଟିକା ଦିଆଯାଇଛି। ଗତକାଲି ଆଉ ୨୪ ଲକ୍ଷ ୫୫ ହଜାର ୮୧୧ ଡୋଜ ଦିଆଯାଇଥିଲା । ଏପର୍ଯ୍ୟନ୍ତ ୧୨୭ କୋଟି ୯୩ ଲକ୍ଷ ୯ ହଜାର ୬୬୯ ଡୋଜ ଟିକା ଦିଆଯାଇଛି।

COVID-19