ଗୃହରକ୍ଷୀଙ୍କ ନିଃସ୍ବାର୍ଥପର ଜନସେବା ପ୍ରଶଂସନୀୟ: ବ୍ରହ୍ମପୁରରେ ଗୃହରକ୍ଷୀ ଦିବସ | News Room Odisha

ଗୃହରକ୍ଷୀଙ୍କ ନିଃସ୍ବାର୍ଥପର ଜନସେବା ପ୍ରଶଂସନୀୟ: ବ୍ରହ୍ମପୁରରେ ଗୃହରକ୍ଷୀ ଦିବସ

ବ୍ରହ୍ମପୁର: ଗୃହରକ୍ଷୀମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ଟ୍ରାଫିକ ନିୟନ୍ତ୍ରଣ, ଏନଫୋର୍ସମେଣ୍ଟ କ୍ଷେତ୍ରରେ ପୋଲିସ ବାହିନୀ ପାଇଁ ବେଶ୍ ସହାୟକ ହୋଇ ଆସୁଛନ୍ତି। ରାସ୍ତାକଡ଼, ସାହିବସ୍ତି ତଥା ଗ୍ରାମାଞ୍ଚଳରେ ଥିବା ଅସହାୟ, ଦୁଃସ୍ଥ ଲୋକଙ୍କ ପ୍ରତି ସେମାନଙ୍କ ନିଃସ୍ବାର୍ଥପର ଜନସେବା ପ୍ରଶଂସନୀୟ ବୋଲି କହିଛନ୍ତି ବ୍ରହ୍ମପୁର ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇ। ବ୍ରହ୍ମପୁର ଆମ୍ବପୁଆସ୍ଥିତ ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ଆଜି ଆୟୋଜିତ ୫୯ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସରେ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଏହା କହିଛନ୍ତି ଶ୍ରୀ ଭୋଇ। ସେ ପ୍ୟାରେଡ ନିରୀକ୍ଷଣ କରିବା ସହ ଉଦବୋଧନ ଦେଇଥିଲେ। ବ୍ରହ୍ମପୁର ଏସପି ପିନାକ ମିଶ୍ର ଓ ବହୁ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ।

ଏହାପରେ ଆମ୍ବପୁଆ ପୋଲିସ ବ୍ୟାରେକ୍ ପରିଦର୍ଶନ କରିଥିଲେ ଡିଆଇଜି ଏବଂ ଏସପି। ବ୍ୟାରେକରେ କଣ ସମସ୍ୟା ରହିଛି ଏବଂ ସମସ୍ତ ସୁବିଧା ଏଠାରେ ମିଳୁଛି କି ନାହିଁ ତାହା ଅନୁଧ୍ୟାନ କରିଥିଲେ। ବ୍ୟାରକ୍ ରେ ରହୁଥିବା ପୁଲିସ ପୋଲିସ କମନ୍ ମେସ୍ ପରିଦର୍ଶନ କରି କିପରି ରୋଷେଇ ହେଉଛି ଏବଂ କେତେ ଜଣ ପ୍ରତିଦିନ ଏହି ମେସରେ ଖାଉଛନ୍ତି ଓ ଏଠାରେ ଆଉ କଣ ଆବଶ୍ୟକତା ରହିଛି ତାହା ପଚାରି ବୁଝିଥିଲେ।