ଭୁବନେଶ୍ୱର- କୋରୋନାର ନୂଆ ଭାରିଆଂଟ୍ ଓମିକ୍ରନ ସଂକ୍ରମଣ ଆଶଙ୍କା ମଧ୍ୟରେ ରାଜ୍ୟକୁ ନଭେମ୍ବର ୨୪ ପରେ ଆକ୍ରାନ୍ତ ଦେଶରୁ ଫେରିଥିବା ୨୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଇଏଲଏସ ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡା ଏହି ସୂଚନା ଦେଇଛନ୍ତି । ପଜିଟିଭ ହୋଇଥିବା ସମସ୍ତ ୨୪୬ ଜଣଙ୍କ ନମୁନା ଜିନମ ସିକ୍ୱେନସିଂ ପାଇଁ ଆଇଏଲଏସକୁ ଆସିଥିବା ଡକ୍ଟର ପରିଡା କହିଛନ୍ତି । ପୂର୍ବରୁ ନଭେମ୍ବର ମାସରେ ରାଜ୍ୟକୁ ଆସିଥିବା ୧୪୧ଟି ପଜିଟିଭ ନମୁନାର ଜିନମ ସିକ୍ୱେନସିଂ ହୋଇଥିଲା । ସେ ନମୁନା ମଧ୍ୟରେ ଓମିକ୍ରମ ଚିହ୍ନଟ ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।