ଶ୍ରୀକ୍ଷେତ୍ରରେ ଅଷ୍ଟ ମହାବୀର | News Room Odisha

ଶ୍ରୀକ୍ଷେତ୍ରରେ ଅଷ୍ଟ ମହାବୀର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ରର ସୁରକ୍ଷା ପାଇଁ ଅଷ୍ଟ ମହାବୀର ପ୍ରତିଷ୍ଠିତ। ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡିତ ଏହି ଅଷ୍ଟ ମହାବୀର କିଏ ଏବଂ କେଉଁଠାରେ ପ୍ରତିଷ୍ଠିତ। ମହାପ୍ରଭୁଙ୍କ ବାର ମାସରେ ତେର ପର୍ବ ଅବସରରେ କେତେକ ପର୍ବରେ ସିଏ ଶ୍ରୀରାମଚନ୍ଦ୍ର ଭାବରେ ଉପାସିତ। ତେଣୁ ଶ୍ରୀରାମ ଭକ୍ତ ହନୁମାନ ଏ କ୍ଷେତ୍ରର ରକ୍ଷକ ହିସାବରେ ମଧ୍ୟ ଉପାସିତ।

୧) ଫତେ ମହାବୀର (ସିଂହଦ୍ଵାର ଗୁମୁଟ ତଳେ ବାମ ପାର୍ଶ୍ଵରେ ବିରାଜିତ )

୨) କାନପତା ମହାବୀର(ଶ୍ରୀ ମନ୍ଦିରର ପଶ୍ଚିମ ଦ୍ଵାରରେ ବିରାଜିତ)

୩) ତପସ୍ୱୀ ମହାବୀର (ଶ୍ରୀ ମନ୍ଦିରର ଉତ୍ତର ଦ୍ଵାରରେ ବିରାଜିତ)

୪) ମହାରାଜ ସୁଗ୍ରୀବ (ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଥିବା ବ୍ୟାୟାମ ଶାଳା ନିକଟରେ ବିରାଜିତ)

୫) ମହାମନ୍ତ୍ରୀ ଜାମ୍ବବାନ ( ଜଗନ୍ନାଥ ବଲ୍ଲଭ ମଠରେ ଥିବା ମହାରାଜ ସୁଗ୍ରୀବଙ୍କ ମନ୍ଦିର ପଛରେ ଏକ ନିକାଞ୍ଚନ ସ୍ଥାନରେ ଏକ କ୍ଷୁଦ୍ର ମନ୍ଦିରରେ ବିରାଜିତ ଯାହାଙ୍କୁ ସ୍ଥାନୀୟ ଲୋକମାନେ ଗୁମ୍ଫା ମହାବୀର ବୋଲି ଜାଣନ୍ତି। )

୬) ଯୁବରାଜ ନଳ (ବିଲୁପ୍ତ ହେଇଥିବା ବଳଭଦ୍ର ବଲ୍ଲଭ ମଠର ପୋଖରିଆ ଠାରେ ବିରାଜିତ)

୭) ଯୁବରାଜ ନୀଳ ( ଜଗନ୍ନାଥ ବଲ୍ଲଭ ମଠରେ ହେଇଥିବା ପାର୍କିଂ ସ୍ଥାନରେ ବିରାଜିତ)

୮) ଯୁବରାଜ ଅଙ୍ଗଦ (ଚକ୍ର ତୀର୍ଥ ରୋଡ଼, ବେଡି ହନୁମାନ ବା ଦରିଆ ମହାବୀର ହିସାବରେ ମଧ୍ୟ ପରିଚିତ।)

ଏହି ଅଷ୍ଟ ମହାବୀର ସର୍ବଦା ସର୍ଵ କାଳରେ ଶ୍ରୀଜଗନ୍ନାଥଙ୍କ ସେବା କରିବା ସହିତ ଶ୍ରୀକ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରିଥାନ୍ତି।