ଭିଜିଲାନ୍ସ ରେଡ୍ : ଓଏସଏପି ସିପାହୀଙ୍କଠାରୁ ମିଳିଲା ୧୭ଟି ବ୍ୟାଙ୍କ ପାସବୁକ୍‌, ୨.୯୪ ଲକ୍ଷ ନଗଦ, ୪ଟି ଦୁଇଚକିଆ ଗାଡି | News Room Odisha

ଭିଜିଲାନ୍ସ ରେଡ୍ : ଓଏସଏପି ସିପାହୀଙ୍କଠାରୁ ମିଳିଲା ୧୭ଟି ବ୍ୟାଙ୍କ ପାସବୁକ୍‌, ୨.୯୪ ଲକ୍ଷ ନଗଦ, ୪ଟି ଦୁଇଚକିଆ ଗାଡି

ଭୁବନେଶ୍ୱର – ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି କୋଟିପତି ଓଏସଏପି ସିପାହୀ । ଓଏସଏପି ଷଷ୍ଠ ବାଟାଲିୟନର ସିପାହୀ ସହଦେବ ପରିଡାଙ୍କ ଠିକଣାରେ ଚଢାଉ ବେଳେ ଭିଜିଲାନ୍ସ ଠାବ କରିଛି ୨ ଲକ୍ଷ ୯୪ ହଜାର ନଗଦ ଟଙ୍କା । ୪ଟି ଦୁଇ ଚକିଆ ଗାଡି, ୧୭ଟି ବ୍ୟାଙ୍କ ପାସବୁକ୍ । ସହଦେବଙ୍କ ୫ଟି ଠିକଣାରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ଚଢାଉ ଜାରି ରହିଛି । ଏଥିରେ ୩ ଡିଏସପି, ୯ ଜଣ ଇନସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି ।