ଓମିକ୍ରନ ଭାରିଆଂଟର ସଂକ୍ରାମକ କ୍ଷମତା ଅଧିକ, କିନ୍ତୁ ଲକ୍ଷଣ କମ୍ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ | News Room Odisha

ଓମିକ୍ରନ ଭାରିଆଂଟର ସଂକ୍ରାମକ କ୍ଷମତା ଅଧିକ, କିନ୍ତୁ ଲକ୍ଷଣ କମ୍ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଓମିକ୍ରନ ଭାରିଆଂଟର ସଂକ୍ରାମକ କ୍ଷମତା ଅଧିକ । ଟେକନିକାଲ ଓ କମ୍ୟୁନିଟି କ୍ଷେତ୍ରରେ ସତର୍କ ରହିବାକୁ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ତେବେ ଓମିକ୍ରନ ସଂକ୍ରମଣରେ ଲକ୍ଷଣ କମ୍ ଓ ମୃତ୍ୟୁ ନାହିଁ । ପଜିଟିଭ ଚିହ୍ନଟ ୪ ଜଣ ବିଦେଶୀ ଫେରନ୍ତା ଲକ୍ଷଣ ବିହୀନ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଶିଶୁମାନଙ୍କ ଚିକିତ୍ସା ପାଇଁ ଭିନ୍ନ ଗାଇଡଲାଇନ ରହିଛି । ଟିକା ନେଇ ନ ଥିବା ଓ ଅନ୍ୟ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କପାଇଁ ଓମିକ୍ରନ ବିପଦ ଅଧିକ । ଶିଶୁମାନେ ମଧ୍ୟ ରିସ୍କ ଜୋନରେ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Odisha GovernmentOmicron Variant