କଟକ ରେଳ ଷ୍ଟେସନରେ ଯାତ୍ରୀଙ୍କଠାରୁ ନଗଦ ୨୪ ଲକ୍ଷ ୫୦ ହଜାର ଟଙ୍କା ଜବତ | News Room Odisha

କଟକ ରେଳ ଷ୍ଟେସନରେ ଯାତ୍ରୀଙ୍କଠାରୁ ନଗଦ ୨୪ ଲକ୍ଷ ୫୦ ହଜାର ଟଙ୍କା ଜବତ

କଟକ-ରେଳ ଷ୍ଟେସନରୁ ଜଣେ ଜବତ ଯାତ୍ରୀଙ୍କଠାରୁ ଜବତ ହୋଇଛି ବିଡା ବିଡା ଟଙ୍କା । ନଗଦ ୨୪ ଲକ୍ଷ ୫୦ ହଜାର ଟଙ୍କା ଜଣେ ଯାତ୍ରୀଙ୍କଠାରୁ ଜବତ କରାଯାଇଛି । ରାଜଧାନୀ ଏକ୍ସପ୍ରେସରେ ଯାଉଥିବା ସମୟରେ ୪ଟି ଟ୍ରଲି ବ୍ୟାଗରୁ ଜବତ ହୋଇଛି ଟଙ୍କା । ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିଲା ଟଙ୍କା । ଟଙ୍କା କେଉଁଆଡକୁ ଓ କାହିଁକି ନିଆଯାଉଥିଲା, ସେ ନେଇ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଯାତ୍ରୀ ଏ.କେ ସ୍ୱାଇଁଙ୍କୁ ଅଟକ ରଖାଯାଇଛି । କେବଳ ୧୦ ଟଙ୍କିଆ ୧ ଲକ୍ଷ ୪୦ ହଜାର ରହିଛି । ବାକି ୨୦ ଟଙ୍କିଆ ନୋଟ୍ ସିଲ୍ ହୋଇ ବ୍ୟାଗରେ ଭର୍ତ୍ତି ହୋଇଛି । ପୋଲିସ ଅଟକ ଯାତ୍ରୀଙ୍କୁ ପଚରାଉଚରା କରୁଛି ।