କାନ୍ତକବିଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି | News Room Odisha

କାନ୍ତକବିଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର-ଆଜି ହେଉଛି ବିଶିଷ୍ଟ ସଂଗ୍ରାମୀ ତଥା ସାହିତ୍ୟିକ କାନ୍ତକବି ଲକ୍ଷ୍‌ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ । ଏହି ଅବସରରେ କାନ୍ତକବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାନ୍ତକବିଙ୍କ ରଚିତ କାଳଜୟୀ ସୃଜନ ସୃଷ୍ଟି ‘ବନ୍ଦେ ଉତ୍କଳ ଜନନୀ’ ଓଡିଆ ଅସ୍ମିତା ଓ ସଂସ୍କୃତିର ବଳିଷ୍ଠ ପରିଚୟ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି । ଓଡିଆ ସାହିତ୍ୟ ଜଗତରେ ତାଙ୍କର ଅମ୍ଳାନ କୃତି ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିଛି ।