ରାଜ୍ୟରେ ଆଉ ୧୭୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ଆଉ ୧୭୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୧୭୩ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୦୨ ଓ ସ୍ଥାନୀୟ ଅଂଚଳରୁ ୭୧ ଚିହ୍ନଟ ହୋଇଛନ୍ତି । ନୂଆ ପଜିଟିଭଙ୍କ ମଧ୍ୟରେ ୨୧ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୬, ମୟୂରଭଞ୍ଜରୁ ୧୯, ସୁନ୍ଦରଗଡରୁ ୭, ଯାଜପୁରରୁ ୭, ସମ୍ବଲପୁରରୁ ୫, ପୁରୀରୁ ୫, କଟକରୁ ୪, ବାଲେଶ୍ୱରରୁ ୩, ବରଗଡରୁ ୩, ଗଜପତିରୁ ୩, ଢେଙ୍କାନାଳରୁ ୨, ଜଗତସିଂହପୁରରୁ ୨, ଝାରସୁଗୁଡାରୁ ୧, କେନ୍ଦ୍ରାପଡାରୁ ୧, କୋରାପୁଟରୁ ୧, ରାୟଗଡାରୁ ୧, ସୋନପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲ୍‌ରୁ ୧୯ଟି ମାମଲା ଆସିଛି । ୧୦ଟି ଜିଲ୍ଲାକୁ କୌଣସି ମାମଲା ରିପୋର୍ଟ ହୋଇନାହିଁ ।
ରାଜ୍ୟରେ ଏ ଯାଏଁ ମୋଟ ୧୦ ଲକ୍ଷ ୫୧ ହଜାର ୪୧୪ ଲୋକ କୋରୋନାରେ ସଂକ୍ରମିତ ହୋଇସାରିଛନ୍ତି । ଏଥିମଧ୍ୟରୁ ୧୦ ଲକ୍ଷ ୪୦ ହଜାର ୯୨୭ ଲୋକ ସୁସ୍ଥ ହୋଇସାରିଛନ୍ତି । ସକ୍ରିୟ ମାମଲା ରହିଛି ୨୦୦୧ ।