ରାଣାପ୍ରତାପଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କଲେ ମୁଖ୍ୟମନ୍ତ୍ରୀ | News Room Odisha

ରାଣାପ୍ରତାପଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ହେଲିକପଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡିଆ ପୁଅ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଂଚିଛି । ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଣାପ୍ରତାପଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଶେଷ ସମ୍ମାନ ଜଣାଇଛନ୍ତି । ରାଜ୍ୟ ମନ୍ତ୍ରିମଣ୍ଡଳର ବିଭିନ୍ନ ସଦସ୍ୟ, ପ୍ରାଶାସନିକ ଅଧିକାରୀ ଓ ପୋଲିସ ମହାନିର୍ଦ୍ଦେଶକ ପ୍ରମୁଖ ମଧ୍ୟ ରାଣାପ୍ରତାପଙ୍କ ପାର୍ଥିବ ଶରୀରରେ ମାଲ୍ୟାର୍ପଣ କରି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ଆଜି ତାଳଚେର କୁଣ୍ଢାଳ ଗ୍ରାମ ପଂଚାୟତର ଶ୍ରୀକୃଷ୍ଣଚନ୍ଦ୍ରପୁରରେ ରାଣାପ୍ରତାପଙ୍କ ଶେଷକୃତ୍ୟ କରାଯିବ ।