ରାଜ୍ୟରେ ଆଉ ୧୭୮ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ଆଉ ୧୭୮ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୭୮ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୦୫ ଓ ସ୍ଥାନୀୟ ଅଂଚଳରୁ ୭୩ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୩୭ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୫, ସମ୍ବଲପୁରରୁ ୧୫, କଟକରୁ ୧୩, ସୁନ୍ଦରଗଡରୁ ୧୦, ମୟୂରଭଞ୍ଜରୁ ୬, ଯାଜପୁରରୁ ୫, ଢେଙ୍କାନାଳରୁ ୫, ବାଲେଶ୍ୱରରୁ ୩, ପୁରୀରୁ ୩, ଅନୁଗୁଳରୁ ୨, ଦେବଗଡରୁ ୨, ଜଗତସିଂହପୁରରୁ ୨, ଝାରସୁଗୁଡାରୁ ୨, କେନ୍ଦୁଝରରୁ ୨, କେନ୍ଦ୍ରାପଡାରୁ ୧, କୋରାପୁଟରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧ଟି ଜିଲ୍ଲାରୁ କୌଣସି ମାମଲା ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍ ପୁଲରୁ ୧୯ଟି ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୫୧ ହଜାର ୭୫୨ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୦ ଲକ୍ଷ ୪୧ ହଜାର ୩୬୫ ସୁସ୍ଥ ହୋଇଛନ୍ତି । ୧ ହଜାର ୮୯୮ ଚିକିତ୍ସାଧୀନ ଅଛନ୍ତି ।