ବାଲିଗୁଡା ସବଜେଲରୁ କଏଦୀ ଚମ୍ପଟ | News Room Odisha

ବାଲିଗୁଡା ସବଜେଲରୁ କଏଦୀ ଚମ୍ପଟ

ବାଲିଗୁଡା – କନ୍ଧମାଳ ଜିଲ୍ଲା ବାଲିଗୁଡା ସବଜେଲରୁ କଏଦୀ ଫେରାର । ପୋଲିସକୁ ଚକମା ଦେଇ ଜେଲରୁ ପଳାୟନ କରିଛି କଏଦୀ ଟୁକୁନା । ତା ଘର ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ କୁମ୍ଭାରୀ ଗାଁ ବୋଲି ଜଣା ପଡିଛି । ଦୁଷ୍କର୍ମ ଓ ହତ୍ୟା ମାମଲାରେ ତାକୁ ଜେଲ୍ ଦଣ୍ଡାଦେଶ ହୋଇଥିଲା । ଗତକାଲି ଜେଲ୍ ପରିସରରେ ଥିବା ଏକ ଝରକାର ଲୁହା ଗ୍ରୀଲ କାଟି ଖସି ପଳାଇଥିଲା ଟୁକୁନା । ଏ ନେଇ ଜେଲ୍ କର୍ତ୍ତୃପକ୍ଷଙ୍କ ତରଫରୁ ବାଲିଗୁଡା ଥାନାରେ ଅଭିଯୋଗ କରାଯାଇଛି । ଥାନା ଅଧିକାରୀ ଜେଲରେ ପହଂଚି ଘଟଣାର ଖୋଳତାଡ ଆରମ୍ଭ କରିଛନ୍ତି । ଫେରାର କଏଦୀକୁ ଧରିବା ପାଇଁ ଚଢାଉ ଜାରି ରଖିଛି ପୋଲିସ ।