ରାଜ୍ୟରେ ୧୭୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ୧୭୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର –ରାଜ୍ୟରେ ଆଉ ୧୭୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୦୧ ଓ ସ୍ଥାନୀୟ ଅଞ୍ଚଳରୁ ୭୪ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ୩୦ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୨, ମୟୂରଭଞ୍ଜରୁ ୧୨, ସୁନ୍ଦରଗଡରୁ ୧୧, କେନ୍ଦ୍ରାପଡାରୁ ୭, ପୁରୀରୁ ୬, ଯାଜପୁରରୁ ୫, ନୟାଗଡରୁ ୪, ସମ୍ବଲପୁରରୁ ୪, ସୋନପୁରରୁ ୪, ଗଜପତିରୁ ୩, ବାଲେଶ୍ୱରରୁ ୧, ଭଦ୍ରକରୁ ୧, ଦେବଗଡରୁ ୧, ଢେଙ୍କାନାଳରୁ ୧, ଜଗତସିଂହପୁରରୁ ୧, ରାୟଗଡାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୩ଟି ଜିଲ୍ଲାରୁ କୌଣସି ମାମଲା ଆସି ନ ଥିବା ବେଳେ ଷ୍ଟେଟ ପୁଲ୍‌ରୁ ୧୯ଟି ମାମଲା ଚିହ୍ନଟ ହୋଇଛି ।

ରାଜ୍ୟରେ ଏ ଯାଏଁ ମୋଟ ୧୦ ଲକ୍ଷ ୫୧ ହଜାର ୯୨୭ ଲୋକ କୋରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୪୧ ହଜାର ୫୩୬ ଜଣ ସୁସ୍ଥ ହୋଇସାରିଛନ୍ତି । ସକ୍ରିୟ ମାମଲା ସଂଖ୍ୟା ୧ ହଜାର ୯୦୧ ରହିଛି ।

COVID-19Odisha