ନୀତି ଆୟୋଗଙ୍କ ସହ ଆଲୋଚନାରେ ରାଜ୍ୟର ପ୍ରମୁଖ ଦାବି ରଖିବେ ସରକାର | News Room Odisha

ନୀତି ଆୟୋଗଙ୍କ ସହ ଆଲୋଚନାରେ ରାଜ୍ୟର ପ୍ରମୁଖ ଦାବି ରଖିବେ ସରକାର

ଭୁବନେଶ୍ୱର- ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଆସନ୍ତାକାଲି ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଗସ୍ତ କାଳରେ ନୀତି ଆୟୋଗ ଉପାଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବେ । ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ କରିବେ ରାଜୀବ କୁମାର । ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ଆଗରେ ରାଜ୍ୟ ସରକାର କିଛି ପ୍ରମୁଖ ଦାବି ଉପସ୍ଥାପନ କରିବେ ବୋଲି ଜଣାପଡିଛି ।