ନୟାଗଡରେ ବିଏସକେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡ ବଂଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାକୁ ୯୯୫ କୋଟିର ପ୍ରକଳ୍ପ ଭେଟି | News Room Odisha

ନୟାଗଡରେ ବିଏସକେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡ ବଂଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାକୁ ୯୯୫ କୋଟିର ପ୍ରକଳ୍ପ ଭେଟି

ଭୁବନେଶ୍ୱର- ନୟାଗଡ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ମାର୍ଟ କାର୍ଡ ଗରିବଙ୍କ ଦୁଃଖ ଦୂର କରିବ । ସରକାର ଚିକିତ୍ସା କଥା ବୁଝୁଛନ୍ତି । ତେଣୁ ଲୋକେ ସେ ଅର୍ଥ ସଂଚୟ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି । ସଂଚିତ ଅର୍ଥ ପିଲାଙ୍କ ପାଠପଢା ଓ ପରିବାରର ବିକାଶ ପାଇଁ ଖର୍ଚ୍ଚ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ଭିସି ଜରିଆରେ ଉଦବୋଧନ ଦେଇ କହିଛନ୍ତି । ବିଜୁ ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ନୟାଗଡ ଜିଲ୍ଲାର ୨ ଲକ୍ଷ ୨୩ ହଜାର ୬୦ ପରିବାରର ମୋଟ ୭ ଲକ୍ଷ ୭୦ ହଜାର ୭୬୭ ଜଣ ହିତାଧିକାରୀ ଉପକୃତ ହେବେ ।

ବିଏସକେୱାଇ ହେଲ୍‌ଥ କାର୍ଡ ବଂଟନ ସହ ନୟାଗଡ ଜିଲ୍ଲାକୁ ୯୯୫ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭିସି ଜରିଆରେ ସେ ୧୦୮ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ୮୫ ଦଶମିକ ୩୫ କୋଟି ଟଙ୍କାର ୧୫୧ଟି ପ୍ରକଳ୍ପର ଉଦଘାଟନ ବି କରିଛନ୍ତି ନବୀନ । ବିଭିନ୍ନ ପ୍ରକଳ୍ପରୁ ୮ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

BSKY Smart Health CardChief Minister Naveen PatnaikOdisha Government