ପିଏମ ଆବାସ ପ୍ରସଙ୍ଗରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଭେଟିଲା ବିଜେଡି ସଂସଦୀୟ ଦଳ, ଦୋହରାଇଲା ମୁଖ୍ୟମନ୍ତ୍ରୀଙ୍କ ଦାବି | News Room Odisha

ପିଏମ ଆବାସ ପ୍ରସଙ୍ଗରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଭେଟିଲା ବିଜେଡି ସଂସଦୀୟ ଦଳ, ଦୋହରାଇଲା ମୁଖ୍ୟମନ୍ତ୍ରୀଙ୍କ ଦାବି

ନୂଆଦିଲ୍ଲୀ – ପିଏମ ଆବାସ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାବିକୁ ଦୋହରାଇଛନ୍ତି ବିଜେଡି ସାଂସଦ । ଏ ପ୍ରସଙ୍ଗରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଭେଟିଛି ବିଜେଡି ସଂସଦୀୟ ଦଳ । ଉଭୟ ଲୋକସଭା ଓ ରାଜ୍ୟସଭାର ବିଜେଡି ସଦସ୍ୟ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଛନ୍ତି । ଗ୍ରାମୀଣ ପିଏମ ଆବାସ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ଫନି ବିପନ୍ନଙ୍କ ପାଇଁ ବିଜେଡି ସଂସଦୀୟ ଦଳ ୧ ଦଶମିକ ୮୪ ଲକ୍ଷ ପିଏମ ଆବାସ ଦାବି କରିଛନ୍ତି । କେବିକେ ସମେତ ଆଦିବାସୀ ବହୁଳ ଜିଲ୍ଲାଗୁଡିକୁ ବି ପିଏମ ଆବାସ ଦେବାକୁ ଦାବି କରିଛି ବିଜେଡି ସଂସଦୀୟ ଦଳ । ଆଦିବାସୀ ଅଂଚଳର ୧୩ ଲକ୍ଷ ଲୋକଙ୍କୁ ଧର ଯୋଗାଇବାକୁ ବି ସେମାନେ ଦାବି କରିଛନ୍ତି । ଏ ପ୍ରସଙ୍ଗରେ ଖୁବ୍ ଶୀଘ୍ର ବିଜେଡି ସାଂସଦମାନଙ୍କ ସହ ଆଲୋଚନା କରିବେ ବୋଲି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।